
ଇକନୋମିକ୍ ଓଡ଼ିଶା ଡେସ୍କ; Marital Rape(ବୈବାହିକ ଦୁଷ୍କର୍ମ) ଏକ ଅପରାଧ ନା ନୁହେଁ। ଅନେକ ସମୟରେ ଏଭଳିି ମାମଲାରେ ନିମ୍ନ ଅଦାଲତରୁ ସର୍ବୋଚ୍ଚ ଅଦାଲତ ପର୍ଯ୍ୟନ୍ତ କଠୋର ଆଭିମୁଖ୍ୟ ଗ୍ରହଣ କରିଥିବା ଦେଖିବାକୁ ମିଳେ। ଅଭିଯୁକ୍ତର ଦୋଷକୁ ଦୁଷ୍କର୍ମ ଜନିତ ଅପରାଧ ଶ୍ରେଣୀରେ ଅନ୍ତର୍ଭୁକ୍ତ କରି ବିଚାର କରାଯାଏ। ହେଲେ ଏବେ ଏହି ଅପରାଧକୁ ଦୁଷ୍କର୍ମ ଶ୍ରେଣୀରୁ ବାହାର କରି ଅନ୍ୟ ମାମଲାରେ ବିଚାର କରାଯିବାର ଆବଶ୍ୟକତା ଥିବା ଦର୍ଶାଇ ସୁପ୍ରିମମକୋର୍ଟ(Supreme court)ରେ ପିଟିସନ ଦାଖଲ କରିଛନ୍ତି ଖୋଦ୍ କେନ୍ଦ୍ର ସରାକର। ଯାହାକୁ ନେଇ ଏବେ ସବୁଠି ଚର୍ଚ୍ଚା।
Xରେ ଟ୍ରେଣ୍ଡିଂ ନମ୍ବର ୱାନ୍
କାହିଁକି କେନ୍ଦ୍ର ସରାକର ଏ ପଦକ୍ଷେପ ନେଲେ। ଏଭଳି ଏକ ସମ୍ୱେଦନଶୀଳ ମମଲାକୁ ସାଧାରଣ ମାମଲା ଭଳି ବିଚାର କରାଯିବାର କି ଆବଶ୍ୟକତା ରହିଲା। ତାକୁ ନେଇ ଏବେ ଆରମ୍ଭ ହୋଇଯାଇଛି ସୋସିଆଲ ୱାର୍। ବିଭିନ୍ନ ସୋସିଆଲ ମିଡିଆ ଯେମିତିକି ଫେସବୁକ୍(Facebook), ୱାଟସାପ୍ ଓ ଏକ୍ସ(X)ରେ ଏହାକୁ ନେଇ ଏକ ପ୍ରକାର ବିତର୍କ ଆରମ୍ଭ ହୋଇଛି। ଏକ୍ସ(X)ରେ ଏକ ପ୍ରକାର ଟ୍ରେଣ୍ଡିଂ ନମ୍ବର ୱାନରେ ରହିଛି ଏହି ବିଷୟ।
ବୈବାହିକ ଦୁଷ୍କର୍ମକୁ ଅପରାଧୀକରଣ କରିବା ଦ୍ୱରା ଏହାର ସାମାଜିକ ଓ ଆଇନଗତ ପ୍ରଭାବକୁ ବିଚାର କରି ଏହା ବିରୋଧରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି କେନ୍ଦ୍ର ସରକାର। ସର୍ବୋଚ୍ଚ ଅଦାଲତଙ୍କୁ ଏହାର ବିଭିନ୍ନ ଦିଗ ସମ୍ବନ୍ଧରେ ସତର୍କ କରାଇଛନ୍ତି। ଏଭଳି ମାମଲାକୁ କଠୋର ଆଇନଗତ ଢାଞ୍ଚା ବାହାରେ ଏକ ବିସ୍ତୃତ ଆଭିମୁଖ୍ୟ ଗ୍ରହଣ କରି ବିଚାର କରିବାକୁ ଅଦାଲତଙ୍କୁ ଅନୁରୋଧ କରିଛନ୍ତି କେନ୍ଦ୍ର ସରକାର। ସର୍ବୋଚ୍ଚ ନ୍ୟାୟାଳୟରେ ଦାଖଲ ସତ୍ୟପାଠରେ କେନ୍ଦ୍ର ସରକାର ଯୁକ୍ତି ବାଢ଼ିଛନ୍ତି ଯେ ଏହି ପ୍ରସଙ୍ଗରେ କୌଣସି ନ୍ୟାୟିକ ସମୀକ୍ଷା କରାଯିବା ସମୟରେ ଏହାର ବ୍ୟାପକ ସାମାଜିକ ପରିଣାମ ସହ ଏଭଳି ମମାମଲାରେ ସଂସଦର ଆଭିମୁଖ୍ୟକୁ ମଧ୍ୟ ବିଚାରକୁ ନେବା ନିହାତି ଜରୁରୀ।
ଭାରତୀୟ ଆଇନରେ କି ବ୍ୟବସ୍ଥା ଅଛି ?
ମାରିଟାଲ ରେପ୍ ଅପରାଧ ପାଇଁ ଭାରତୀୟ ଆଇନରେ କଠୋର ଦଣ୍ଡ ବିଧାନ ରହିଛି। ଆଇପିସି(IPC) ଧାରା 375ରେ ଥିବା ଏହି ବ୍ୟବସ୍ଥାକୁ ଚଳିତ ବର୍ଷ ପ୍ରାରମ୍ଭରେ ପ୍ରଣୟନ କରାଯାଇଥିଲା। କେନ୍ଦ୍ର ସରକାର ଲାଗୁ କରିଥିବା ପରିବର୍ତ୍ତିତ ଆଇନ ଭାରତୀୟ ନ୍ୟାୟ ସଂହିତା(BNS)ରେ ମଧ୍ୟ ଏହାକୁ ବଳବତ୍ତର ରଖାଯାଇଛି। ଏହି ଆଇନ ଅନୁସାରେ ଯଦି କୌଣସି ସ୍ୱାମୀଙ୍କ ବିରୋଧରେ ମାରିଟାଲ୍ ରେପର ଅଭିଯୋଗ ଆସେ ଏବଂ ଅଭିଯୋଗକାରିଣୀ ପତ୍ନୀ 18 ବର୍ଷରୁ ଉର୍ଦ୍ଧ୍ୱ ହୋଇଥାନ୍ତି ତେବେ ଏହି ମାମଲାରେ ସ୍ୱାମୀଙ୍କୁ ଦୁଷ୍କର୍ମ ଅଭିଯୁକ୍ତ ଭଲି ବିବେଚନା କରାଯିବ ନାହିଁ। ଆଇନର ଏହି ବ୍ୟବସ୍ଥାକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟରେ ଅନେକ ପିଟିସନ୍ ଦାଖଲ ହୋଇଛି। ଯହାକୁ ନେଇ ସର୍ବୋଚ୍ଚ ଅଦାଲତରେ ସତ୍ୟପାଠ ମାଧ୍ୟମରେ ନିଜ ପକ୍ଷ ରଖିଛନ୍ତି କେନ୍ଦ୍ର ସରକାର।
କ’ଣ ରହିଛି କେନ୍ଦ୍ର ସରକାରଙ୍କ ପକ୍ଷ ?
ହିନ୍ଦୁସ୍ତାନ ଟାଇମସର ଏକ ରିପୋର୍ଟ ଅନୁସାରେ ବୈବାହିକ ଦୁଷ୍କର୍ମ ପ୍ରସଙ୍ଗ କେବଳ ସାମ୍ବିଧାନିକ ପ୍ରଶ୍ନ ନୁହେଁ ବରଂ ଏକ ଜଟିଳ ସାମାଜିକ ପ୍ରସଙ୍ଗ ବୋଲି କହିଛନ୍ତି କେନ୍ଦ୍ର ସରକାର। ସରକାର ଦର୍ଶାଇଛନ୍ତି ଯେ ୨୦୧୩ ରେ ଆଇପିସିରେ ସଂଶୋଧନ ସମୟରେ ସଂସଦ ଏହି ପ୍ରସଙ୍ଗକୁ ସତର୍କତାର ସହ ବିଚାର କରିଥିଲା ଏବଂ ବୈବାହିକ ଦୁଷ୍କର୍ମ ମମଲାରେ ଏହି ବ୍ୟତିକ୍ରମକୁ ବଜାୟ ରଖିବାକୁ ନିଷ୍ପତ୍ତି ନେଇଥିଲା। ଯଦି ଏହି ବ୍ୟତିକ୍ରମରେ କୌଣସି ସଂଶୋଧନ କରାଯାଏ ତେବେ ଏହା ଅନେକ ବିବାହ ପ୍ରତିଷ୍ଠାନ ଉପରେ ଗଭୀର ପ୍ରବାବ ପକାଇବ। ସତ୍ୟପାଠରେ ଚେତାବନୀ ଦିଆଯାଇଛି ଯେ ମାରିଟାଲ୍ ରେପକୁ ଅପରାଧୀକରଣ କରିବା ଦ୍ୱାରା ବୈବାହିକ ସମ୍ପର୍କ ବାଧାପ୍ରାପ୍ତ ହୋଇପାରେ ଏବଂ ବିବାହରେ ଏହା ଅସ୍ଥିରତା ସୃଷ୍ଟି କରିପାରେ।
ଏହି ବ୍ୟବସ୍ଥାରେ ପରିବର୍ତ୍ତନ ଏହି ଆଇନର ଅପବ୍ୟବହାରକୁ ମଧ୍ୟ ବୃଦ୍ଧି କରିପାରେ ବୋଲି ଆଶଙ୍କା ବ୍ୟକ୍ତ କରିଛନ୍ତି କେନ୍ଦ୍ର ସରକାର। ଦ୍ରୁତ ଗତିରେ ବୃଦ୍ଧି ପାଉଥିବା ଏବଂ କ୍ରମାଗତ ଭାବରେ ବଦଳୁଥିବା ସାମାଜିକ ଓ ପାରିବାରିକ ଢାଞ୍ଚାରେ ସଂଶୋଧିତ ବ୍ୟବସ୍ଥାର ଅପବ୍ୟବହାରକୁ ମଧ୍ୟ ଏଡ଼ାଇ ଦିଆଯାଇ ପାରିବ ନାହିଁ, କାରଣ ସମ୍ମତି ଅଛି କି ନାହିଁ ତାହା ପ୍ରମାଣ କରିବା ଜଣେ ବ୍ୟକ୍ତିଙ୍କ ପାଇଁ କଷ୍ଟକର ଏବଂ ଚ୍ୟାଲେଞ୍ଜହେବ ବୋଲି ସତ୍ୟପାଠରେ ଉଲ୍ଲେଖ କରାଯାଇଛି। ବର୍ତ୍ତମାନ ରଦ୍ଦ ହୋଇଥିବା ଆଇପିସିର ଧାରା ୩୭୫ ଅନୁଯାୟୀ ମାରିଟାଲ୍ ରେପ୍ ମାମଲାରେ ପୀଡ଼ିତା ଯଦି ପତ୍ନୀ ହୁଅନ୍ତି ଏବଂ ସେ ନାବାଳିକା ନହୋଇଥାନ୍ତି ତେବେ ସ୍ୱାମୀଙ୍କୁ ଦୁଷ୍କର୍ମ ଅଭିଯୋଗରୁ ଅଲଗା କରି ମାମଲାର ବିଚାର ହେବ। ଜୁଲାଇ ୨୦୨୩ରେ କାର୍ଯ୍ୟକାରୀ ହୋଇଥିବା ବିଏନଏସରେ ଧାରା ୬୩ ଅନୁଯାୟୀ ଏହି ବ୍ୟବସ୍ଥା ବଳବତ୍ତର ରହିଛି।