
ଇକନୋମିକ୍ ଓଡ଼ିଶା ଡେସ୍କ; ବାଂଲାଦେଶ ବିପକ୍ଷ T20 ସିରିଜର କିଛି ଘଣ୍ଟା ପୂର୍ବରୁ ଭାରତୀୟ ଦଳକୁ ଲାଗିଛି ବଡ଼ ଝଟକା। ପ୍ଲେଇଂ ଇଲେଭେନରୁ ବାଦ୍ ପଡିଛନ୍ତି ଅଲରାଉଣ୍ଡର ଶିବମ ଦୁବେ। ବରିଷ୍ଠ ଚୟନ ସମିତି ରୋହିତ ଶର୍ମାଙ୍କ ପ୍ରିୟ ଖେଳାଳି ତିଲକ ବର୍ମାଙ୍କୁ ତାଙ୍କ ସ୍ଥାନରେ ମନୋନୀତ କରିଛି। ତିଲକ ମ୍ୟାଚ୍ ର ସକାଳେ ଗ୍ୱାଲିୟରରେ ଦଳ ସହ ଯୋଗ ଦେବେ ବୋଲି ବିସିସିଆଇ ପକ୍ଷରୁ ସୂଚନା ଦିଆଯାଇଛି।
ପିଠିରେ ଆଘାତ ଯୋଗୁଁ ୩ ମ୍ୟାଚ୍ ବିଶିଷ୍ଟ ଶୃଙ୍ଖଳାରୁ ବାଦ୍ ପଡିଛନ୍ତି ଶିବମ୍ ଦୁବେ। ବରିଷ୍ଠ ଚୟନ ସମିତିଙ୍କ ନଜରକୁ ଶିବମଙ୍କ ଆହତ ହେବାର ସୂଚନା ପହଞ୍ଚିବା ପରେ ଏହି ନିଷ୍ପତ୍ତି ନିଯାଇଛି। ରୋହିତ ଶର୍ମାଙ୍କ ପ୍ରିୟ ଖେଳାଳି ତିଲକ ବର୍ମାଙ୍କୁ ଶିବମଙ୍କ ସ୍ଥାନରେ ମନୋନୀତ କରିଛି ବିସିସିଆଇ।
ଦୁବେଙ୍କ ଏହି ଆଘାତ ପୁରୁଣା
ଶିବମ୍ ଦୁବେଙ୍କ ପିଠି ଯନ୍ତ୍ରଣା ପୁନର୍ବାର ସାମ୍ନାକୁ ଆସିଛି। ଏଥିଲାଗି ସେ ଚିକିତ୍ସା ପାଇଁ ବେଙ୍ଗାଲୁରୁର ଜାତୀୟ କ୍ରିକେଟ ଏକାଡେମୀକୁ ରିପୋର୍ଟ କରିବେ। ଦୁବେ ଭାରତ ପାଇଁ ଏପର୍ଯ୍ୟନ୍ତ ୩୩ଟି T20 ଅନ୍ତର୍ଜାତୀୟ ମ୍ୟାଚ୍ ଖେଳି ୪୪୮ ରନ୍ କରିବା ସହ ୧୧ଟି ୱିକେଟ୍ ନେଇଛନ୍ତି। ବାଂଲାଦେଶ ଶୃଙ୍ଖଳା ଆରମ୍ଭ ହେବା ପୂର୍ବରୁ ମୁମ୍ବାଇରେ ପ୍ରଶିକ୍ଷଣ ସମୟରେ ଦୁବେଙ୍କ ପିଠିରେ ଆଘାତ ଲାଗିଥିଲା। ଗ୍ୱାଲିଅର ଆସିବା ପରେ ମଧ୍ୟ ଯନ୍ତ୍ରଣା କମିନଥିଲା ଏବଂ ସେ ପ୍ରଶିକ୍ଷଣ ସମୟରେ ପୁନର୍ବାର ଯନ୍ତ୍ରଣା ଅନୁଭବ କରିଥିଲେ।
ଏବେ ଚୂଡ଼ାନ୍ତ ଏକାଦଶରେ ପରିବର୍ତ୍ତନ ହେବ
ଚଳିତ ବର୍ଷ T20 ବିଶ୍ୱକପର ଫାଇନାଲ୍ ଜିତିଥିବା ଭାରତୀୟ ଦଳର ସଦସ୍ୟ ଥିବା ଶିବମ୍ ଦୁବେଙ୍କୁ ଚୂଡ଼ାନ୍ତ ଏକାଦଶରେ ସ୍ଥାନ ମିଳିଥିଲା। ସେ ପଞ୍ଚମ ସ୍ଥାନରେ ଆସି ବିସ୍ଫୋରକ ବ୍ୟାଟିଂ ସହ ମଧ୍ୟମ ପେସ୍ ବୋଲିଂର ବିକଳ୍ପ ଦେଉଥିଲେ। କିନ୍ତୁ ଏବେ ସେ ବିଦାୟ ନେବା ପରେ ଅଧିନାୟକ ଓ ପ୍ରଶିକ୍ଷକଙ୍କୁ ପୁଣି ଥରେ ପ୍ଲେଇଂ ୧୧ ଚୟନ କରିବାକୁ ପଡ଼ିବ। ଏଭଳି ସ୍ଥିତିରେ ବାମ ହାତୀ ବ୍ୟାଟସମ୍ୟାନ୍ ତିଲକ ବର୍ମାଙ୍କୁ ତାଙ୍କ ସ୍ଥାନରେ ଚୟନ କରିଛି ବିସିସିଆଇର ବରିଷ୍ଠ ଚୟନ କିମିଟି। ସେପଟେ ଟିମରେ ଯୁବ ଅଲରାଉଣ୍ଡର ନୀତୀଶ କୁମାର ରେଡ୍ଡୀ ଖେଳୁଥିବା ଚର୍ଚ୍ଚା ହେଉଛି। ଅନ୍ୟପକ୍ଷରେ ଟିମ୍ ମ୍ୟାନେଜମେଣ୍ଟ ମଧ୍ୟକ୍ରମରେ ରିଆନ୍ ପରାଗଙ୍କ ଭଳି ଯୁବ ବ୍ୟାଟ୍ସମ୍ୟାନଙ୍କୁ ମଧ୍ୟ ନେବାକୁ ଉଦ୍ୟମ କରିପାରେ।