
ଇକନୋମିକ୍ ଓଡ଼ିଶା ଡେସ୍କ; ସୁପର୍ ସଣ୍ଡେର ସୁପର୍ ମୁକାବିଲା। ଆଜି T20 ମହିଳା ବିଶ୍ୱକପରେ ଆମ୍ନା ସାମ୍ନା ହେବେ ଦୁଇ ଚିର ପ୍ରତିଦ୍ୱନ୍ଦୀ ଭାରତ ଓ ପାକିସ୍ତାନ। ଦୁବାଇର ଇଣ୍ଟରନ୍ୟାସନାଲ କ୍ରିକେଟ ଷ୍ଟାଡିୟମରେ ଅପରାହ୍ନନ 3ଟା 30ରୁ ଆରମ୍ଭ ହେବ ମ୍ୟାଚ।
ଭାରତ ପାଇଁ କର ବା ମର ସ୍ଥିତି
ମ୍ୟାଚ ପୂର୍ବରୁ ଜାଣନ୍ତୁ କାହିଁକି ଏହି ମ୍ୟାଚ ଟିମ୍ ଇଣ୍ଡିଆ ପାଇଁ ଗୁରୁତ୍ୱପୂର୍ଣ୍ଣ। ଭାରତ ଚଳିତ ବିଶ୍ୱ କପରେ ପ୍ରଥମ ମ୍ୟାଚ ହାରିବା ପରେ ରନ୍ ରେଟରେ ପଛରେ ପଡିଯାଇଛି। ନ୍ୟୁଜିଲାଣ୍ଡ ଠାରୁ ଅଧିକ ରନ୍ ବ୍ୟବଧାନରେ ହାରିବା ପରେ ଗ୍ରୁପ ଏ ରେ ଟିମ୍ ଇଣ୍ଡିଆ 4 ନଂ ସ୍ଥାନକୁ ଖସି ଆସିଛି। ତେଣୁ ଆଜିର ମ୍ୟାଚରେ ନିଜ ସମ୍ମାନ ରକ୍ଷା କରିବା ସହ ଟିମ୍ ଇଣ୍ଡିଆ ପାଖରେ ନିଜ ରାଙ୍କିଂ ସୁଧାରିବାର ସୁଯୋଗ ଅଛି। ଆଜିର ମ୍ୟାଚ ଜିତିବା ସହ ହରମନପ୍ରୀତ କୌରଙ୍କ ଟିମକୁ ଆଗାମୀ ଦୁଇଟି ମ୍ୟାଚରେ ମଧ୍ୟ ବିଜୟ ହାସଲ କରିବାକୁ ପଡିବ।
ସେପଟେ ପାକିସ୍ତାନ କିନ୍ତୁ ପ୍ରଥମ ମ୍ୟାଚରେ ଶ୍ରୀଲଙ୍କାକୁ ହରାଇ ଦୃଢ ସ୍ଥିତିରେ ରହିଛି। ପାକିସ୍ତାନର ମନୋବଳ ଦୃଢ ଥିବାରୁ ଆଜିର ମ୍ୟାଚ୍ ଭାରତ ପାଇଁ ‘କର ବା ମର’ ସ୍ଥିତି ସୃଷ୍ଟି କରିବ।
ଭାରତର ସମ୍ଭାବ୍ୟ ଏକାଦଶ କିଏ – ହରମନପ୍ରୀତ କୌର (ଅଧିନାୟକ), ଜେମିମା ରୋଡ୍ରିଗସ, ରିଚା ଘୋଷ (ୱିକେଟ କିପର୍), ପୂଜା ବସ୍ତ୍ରକାର, ଦୀପ୍ତି ଶର୍ମା, ଅରୁନ୍ଧତି ରେଡ୍ଡୀ, ଶେଫାଳି ବର୍ମା, ସ୍ମୃତି ମାନ୍ଧାନା, ଶ୍ରେୟଙ୍କା ପାଟିଲ, ଆଶା ଶୋଭନା, ରେଣୁକା ସିଂହ।
ପାକିସନ୍ତାନର ସମ୍ଭାବ୍ୟ ଏକାଦଶ କିଏ – ଗୁଲ୍ ଫିରୋଜ, ସିଦ୍ରା ଅମୀନ, ଓମାଇମା ସୋହେଲ, ନିଦା ଦାର୍, ତୁବା ହାସନ, ଫତିମା ସାନା (ଅଧିନାୟକ), ଆଲିୟା ରିଜା, ଡାଏନା ବେଗ, ନଶ୍ରା ସାନ୍ଧୁ, ସଦିଆ, ଅକବଲ, ମୁନୀବା ଅଲି (ୱିକେଟ କିପର୍)।