
ଇକନୋମିକ୍ ଓଡ଼ିଶା ଡେସ୍କ; ଆଜି ଅର୍ଥାତ୍ ଅକ୍ଟୋବର ୮ ରେ SENSEX ୪୦୦ ପଏଣ୍ଟରୁ ଅଧିକ ବୃଦ୍ଧି ପାଇ ୮୧,୪୬୦ ସ୍ତରରେ ପହଞ୍ଚିଛି। NIFTY ମଧ୍ୟ ୧୨୦ ପଏଣ୍ଟ ବୃଦ୍ଧି ପାଇ ୨୪,୯୨୦ ସ୍ତରରେ କାରବାର କରୁଛି।
SENSEXର ୩୦ଟି ସେୟାର ମଧ୍ୟରୁ ୧୯ଟି ବୃଦ୍ଧି ପାଇଥିବା ବେଳେ ୧୧ଟିରେ ହ୍ରାସ ଦେଖିବାକୁ ମିଳିଛି। NIFTYର ୫୦ଟି ସେୟାର ମଧ୍ୟରୁ ୩୦ଟି ବୃଦ୍ଧି ପାଇଥିବା ବେଳେ ୨୦ଟି ହ୍ରାସ ପାଇଛି। IT ଓ AUTO ସେକ୍ଟରକୁ ଛାଡ଼ି ଦେଲେ ଅନ୍ୟ ସବୁଥିରେ ପ୍ରାୟ ଗ୍ରୀନ ସିଗନାଲ୍ ଦେଖିବାକୁ ମିଳିଛି।
ନାଲି ରେଖା ତଳେ ଏସୀୟ ମାର୍କେଟ
ଏସୀୟ ମାର୍କେଟ ଭିତରୁ ଜାପାନର ନିକ୍କେଇ(Nikkei) ୧.୨୦% ହ୍ରାସ ପାଇଛି। ହଂକଂର ହ୍ୟାଙ୍ଗସେଙ୍ଗ(Hang Sang) ଇଣ୍ଡେକ୍ସ ୭.୩୮% ଏବଂ ଚୀନର ସାଂଘାଇ କମ୍ପୋଜିଟ୍(Shanghai Composite) ୪.୮୧% ହ୍ରାସ ପାଇଛି।
ଅକ୍ଟୋବର ୭ରେ ଆମେରିକାର ଡାଓ ଜୋନ୍ସ(Dow Jones) ୦.୯୪% ହ୍ରାସ ପାଇ ୪୧,୯୫୪ ରେ ପହଞ୍ଚିଥିବା ବେଳେ ନାସଡାକ୍(Nasdaq) ୧.୧୮% ହ୍ରାସ ପାଇ ୧୭,୯୨୩ରେ ପହଞ୍ଚିଛି। ଏସ୍ ଆଣ୍ଡପି ୫୦୦((S&P 500) ମଧ୍ୟ ୦.୯୬% ହ୍ରାସ ପାଇ ୫,୬୯୫ରେ ବନ୍ଦ ହୋଇଛି।
ଏନଏସଇ(NSE) ତଥ୍ୟ ଅନୁଯାୟୀ, ବିଦେଶୀ ନିବେଶକମାନେ(FIIS) ଅକ୍ଟୋବର ୭ରେ ୮,୨୯୩.୪୧ କୋଟି ଟଙ୍କାର ସେୟାର ବିକ୍ରି କରିଛନ୍ତି। ଏହି ସମୟ ମଧ୍ୟରେ ଘରୋଇ ନିବେଶକ (DII) ୧୩,୨୪୫.୧୨ କୋଟି ଟଙ୍କାର ସେୟାର କିଣିଛନ୍ତି।
ଏହା ପୂର୍ବରୁ ଅକ୍ଟୋବର ୭ରେ SENSEX ୬୩୮ ପଏଣ୍ଟ ହ୍ରାସ ପାଇ ୮୧,୦୫୦ ସ୍ତରରେ ବନ୍ଦ ହୋଇଥିଲା। NIFTY ମଧ୍ୟ ୨୧୮ ପଏଣ୍ଟ ହ୍ରାସ ପାଇ ୨୪,୭୯୫ ସ୍ତରରେ ବନ୍ଦ ହୋଇଥିଲା। ସେହିପରି BSE Smallcap ୧୮୨୭ ପଏଣ୍ଟ ହ୍ରାସ ପାଇ ୫୪,୧୧୭ରେ ବନ୍ଦ ହୋଇଥିଲା।
SENSEXର ୩୦ଟି ସେୟାର ମଧ୍ୟରୁ ୨୩ଟି ହ୍ରାସ ପାଇଥିବା ବେଳେ ୭ଟିରେ ବୃଦ୍ଧି ଦେଖିବାକୁ ମିଳିଥିଲା। NIFTYର ୫୦ଟି ସେୟାର ମଧ୍ୟରୁ ୪୦ଟି ହ୍ରାସ ପାଇଥିବା ବେଳେ ୧୦ଟି ବୃଦ୍ଧି ପାଇଥିଲା। NSEର IT ସେକ୍ଟରକୁ ଛାଡ଼ି ଦେଲେ ଅନ୍ୟ ସବୁ କ୍ଷେତ୍ର ହ୍ରାସ ସହ ବନ୍ଦ ହୋଇଥିଲା।