
ଇକନୋମିକ୍ ଓଡ଼ିଶା ଡେସ୍କ; ସୋମବାର (ଅକ୍ଟୋବର ୭) ସୁନା ମୂଲ୍ୟରେ ହ୍ରାସ ଘଟିଛି । ଇଣ୍ଡିଆ ବୁଲିଅନ୍ ଆଣ୍ଡ ଜୁଏଲର୍ସ ଆସୋସିଏସନ୍ (IBJA) ଅନୁଯାୟୀ ୨୪ କ୍ୟାରେଟ୍ ୧୦ ଗ୍ରାମ ସୁନା ମୂଲ୍ୟରେ ୩୧ ଟଙ୍କାର ହ୍ରାସ ଘଟି ୭୫,୯୩୩ ଟଙ୍କାରେ ପହଞ୍ଚିଛି । ପୂର୍ବରୁ (ଅକ୍ଟୋବର ୪ ତାରିଖ ଶୁକ୍ରବାର) ଏହାର ମୂଲ୍ୟ ୧୦ ଗ୍ରାମ ପିଛା ୭୫,୯୬୪ ଟଙ୍କା ଥିଲା।
ସେହିପରି ଆଜି ରୁପା ମୂଲ୍ୟରେ ମଧ୍ୟ ହ୍ରାସ ଘଟିଛି । ରୁପା କିଲୋଗ୍ରାମ ପିଛା ୨୬୦ ଟଙ୍କା ହ୍ରାସ ପାଇ ୯୧,୯୪୦ ଟଙ୍କାରେ ପହଞ୍ଚିଛି । ଶୁକ୍ରବାର ରୁପା ମୂଲ୍ୟ ୯୨,୨୦୦ ଟଙ୍କାରେ ବନ୍ଦ ହୋଇଥିଲା । ଚଳିତ ବର୍ଷ ମେ’ ୨୯ ତାରିଖରେ ରୁପା କିଲୋଗ୍ରାମ ପିଛା ସର୍ବକାଳୀନ ସର୍ବୋଚ୍ଚ ସ୍ତର ୯୪,୨୮୦ ଟଙ୍କାରେ ପହଞ୍ଚିସାରିଛି।
ଭୁବନେଶ୍ୱର ଓ ୪ ମହାନଗରରେ ସୁନା ଦର
ଭୁବନେଶ୍ୱରରେ ୨୨ କ୍ୟାରେଟ ୧୦ ଗ୍ରାମ ସୁନା ମୂଲ୍ୟ ୭୧,୦୦୦ ଟଙ୍କା ରେ ସ୍ଥିର ରହିଥିବା ବେଳେ ୨୪ କ୍ୟାରେଟ ସୁନା ମୂଲ୍ୟ ୭୭,୪୫୦ ଟଙ୍କାରେ ସ୍ଥିର ରହିଛି । ଦିଲ୍ଲୀରେ ୨୨ କ୍ୟାରେଟ ୧୦ ଗ୍ରାମ ସୁନା ମୂଲ୍ୟ ୭୧,୧୫୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ ୧୦ ଗ୍ରାମ ସୁନା ୭୭,୬୦୦ ଟଙ୍କାରେ ବିକ୍ରି ହେଉଛି । ମୁମ୍ବାଇରେ ୨୨ କ୍ୟାରେଟ ୧୦ ଗ୍ରାମ ସୁନା ମୂଲ୍ୟ ୭୧,୧୦୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ ୧୦ ଗ୍ରାମ ସୁନା ମୂଲ୍ୟ ୭୭,୪୫୦ ଟଙ୍କାରେ ବିକ୍ରି ହେଉଛି । କୋଲକାତାରେ ୨୨ କ୍ୟାରେଟ ୧୦ ଗ୍ରାମ ସୁନା ମୂଲ୍ୟ ୭୧,୧୦୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ ୧୦ ଗ୍ରାମ ସୁନା ମୂଲ୍ୟ ୭୭,୪୫୦ ଟଙ୍କାରେ ବିକ୍ରି ହେଉଛି । ଚେନ୍ନାଇରେ ୨୨ କ୍ୟାରେଟ ୧୦ ଗ୍ରାମ ସୁନା ମୂଲ୍ୟ ୭୧,୧୦୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ ୧୦ ଗ୍ରାମ ସୁନା ମୂଲ୍ୟ ୭୭,୪୫୦ ଟଙ୍କାରେ ବିକ୍ରି ହେଉଛି ।