
ଇକନୋମିକ୍ ଓଡ଼ିଶା ଡେସ୍କ; ହୁଣ୍ଡାଇ ମୋଟର ଇଣ୍ଡିଆ ଲିମିଟେଡର(Hyundai Motor India Ltd.) ପ୍ରାରମ୍ଭିକ ପବ୍ଲିକ ଅଫର(IPO) ଗୁରୁବାର ତୃତୀୟ ଦିନରେ ସମ୍ପୂର୍ଣ୍ଣ ସବସ୍କ୍ରାଇବ୍ କରାଯାଇସାରିଛି। ଏହା ଯୋଗ୍ୟ ସଂସ୍ଥାଗତ କ୍ରେତାମାନଙ୍କ(Qualified institutional buyers) ନେତୃତ୍ୱରେ ନିଲାମ କରାଯାଇଥିଲା। ଆଇପିଓର ଦ୍ୱିତୀୟ ଦିନରେ ୪୨% ଏବଂ ପ୍ରଥମ ଦିନରେ ୧୮% ସବସ୍କ୍ରାଇବ୍ ହୋଇଥିଲା। ୧୪.୨ କୋଟି ସେୟାର ବିକ୍ରି ପାଇଁ କଂପାନି ଏହାର ତିନି ଦିନିଆ ଆଇପିଓରେ ସେୟାର ପିଛା ୧,୮୬୫-୧,୯୬୦ ଟଙ୍କା ମୂଲ୍ୟ ଧାର୍ଯ୍ୟ କରିଛି।
୨୦୨୨ରେ ଲାଇଫ୍ ଇନସ୍ୟୁରାନ୍ସ କର୍ପୋରେସନର(LIC) ୨୧,୦୦୦ କୋଟି ଟଙ୍କାର ଅଫରକୁ ପଛରେ ପକାଇ କମ୍ପାନୀ ଏହାକୁ ଭାରତର ସର୍ବବୃହତ ଆଇପିଓରେ ପରିଣତ କରି ୨୭,୮୭୦ କୋଟି ଟଙ୍କା ସଂଗ୍ରହ କରିବାକୁ ଲକ୍ଷ୍ୟ ରଖିଛି।
ସର୍ବନିମ୍ନ ଆପ୍ଲିକେସନ୍ ଲଟ୍ ଆକାର ହେଉଛି ସାତଟି ସେୟାର । ଆଇପିଓ ପୂର୍ବରୁ ହୁଣ୍ଡାଇ ମୋଟର ଇଣ୍ଡିଆ ସୋମବାର ଆଙ୍କର ନିବେଶକଙ୍କ (Anchor Investors) ଠାରୁ ୮,୩୧୫ କୋଟି ଟଙ୍କା ସଂଗ୍ରହ କରିଛି। ଏଥିରେ ୨୨୫ ଜଣ ଆଙ୍କର ନିବେଶକଙ୍କୁ ୧୯୬୦ ଟଙ୍କାରେ ୪.୨୪ କୋଟି ସେୟାର ଆବଣ୍ଟନ କରାଯାଇଥିଲା।
ମୁଖ୍ୟ ପରିଚାଳନା ଅଧିକାରୀ ତରୁଣ ଗର୍ଗ କହିଛନ୍ତି ଯେ ଏହି ଆଇପିଓ ହୁଣ୍ଡାଇ ମୋଟର ଇଣ୍ଡିଆର ଅଭିବୃଦ୍ଧି କାହାଣୀର ଦ୍ୱିତୀୟ ପର୍ଯ୍ୟାୟ, ଏବଂ କମ୍ପାନୀର ଏହି ଯାତ୍ରାରେ ସାମିଲ ହେବା ପାଉଁ ଏହା ଉଭୟ ସ୍ଥାନୀୟ ଏବଂ ବିଶ୍ୱସ୍ତରୀୟ ନିବେଶକଙ୍କ ପାଇଁ ସୁଯୋଗ ସୃଷ୍ଟି କରୁଛି । ସେ କହିଛନ୍ତି ଯେ ଆମେ ଭାରତରେ ଯାତ୍ରୀବାହୀ ଯାନ କ୍ଷେତ୍ରରେ ଦ୍ୱିତୀୟ ବୃହତ୍ତମ ଏବଂ ଏହି ଆଇପିଓ ଆମର ଅଭିବୃଦ୍ଧି ଯାତ୍ରାରେ ଏକ ପ୍ରମୁଖ ମାଇଲଖୁଣ୍ଟ ସାବ୍ୟସ୍ତ ହେବ ।