
ଇକନୋମିକ୍ ଓଡ଼ିଶା ଡେସ୍କ; Stock Marketରେ ଅନେକ ମଲ୍ଟିବ୍ୟାଗର ଷ୍ଟକର ବିଗ୍ ଷ୍ଟୋରୀ ରହିଛି । ଏମିତି କିଛି ଷ୍ଟକ ରହିଛି ଯାହା ଛୋଟ ସ୍ତରରୁ ଆରମ୍ଭ ହୋଇ ଦେଶର ଲାର୍ଜକ୍ୟାପ୍ କମ୍ପାନୀରେ ପରିଣତ ହୋଇଛନ୍ତି। ଏମିତି ଅନେକ ଉଦାହରଣ ରହିଛି ଯେଉଁଥିରେ ପେନି ଷ୍ଟକର ପରିଚୟ ଲାର୍ଜକ୍ୟାପ୍ ଷ୍ଟକରେ ପରିଣତ ହୋଇଯାଇଛି। ଗଲା କିଛି ମାସହେବ ଅନେକ ପେନି ଷ୍ଟକ କ୍ରମାଗତ ଭାବେ ନିବେଶକଙ୍କ ନଜରରେ ରହିଛି।
ସବ୍ ଟିଭିର ସେୟାରକୁ ନେଇ ମାର୍କେଟରେ ଏବେ ଚହଳ ପଡିଛି। ଗତ ୭ ମାସ ଧରି ଏହି ଷ୍ଟକରେ କୌଣସି ବିକ୍ରେତା ନାହାନ୍ତି ଏବଂ ଏହା କ୍ରମାଗତ ଭାବେ ଅପର୍ ସର୍କିଟ୍ ନେଉଛି। ଅକ୍ଟୋବର ୧୮, ୨୦୨୪, ଶୁକ୍ରବାର ଦିନ ଶ୍ରୀ ଅଧିକାରୀ ବ୍ରଦର୍ସ ଟେଲିଭିଜନ୍ ନେଟୱର୍କ ଲିମିଟେଡର share ୨% ବୃଦ୍ଧି ହୋଇ ଅପର ସର୍କିଟରେ ପହଞ୍ଚିବା ପରେ ୧,୧୧୦.୬୫ ଟଙ୍କାରେ ବନ୍ଦ ହୋଇଥିଲା। ଟ୍ରେଡିଂ ସେସନ ବିଷୟରେ କହିବାକୁ ଗଲେ, ଗତ ୧୪୦ ଟି ଟ୍ରେଡିଂ ସେସନରେ ଏହି stock କ୍ରମାଗତ ଭାବେ ଅପର ସର୍କିଟ ରହିଛି। ଏପ୍ରିଲ ୩, ୨୦୨୪ରୁ ୧୮ ଅକ୍ଟୋବର ୨୦୨୪ ମଧ୍ୟରେ ଏମିତି କେଉଁ ଟ୍ରେଡିଂ ସେସନ୍ ଯାଇନି ଯେଉଁଥିରେ ଏହି stock ଅପର ସର୍କିଟ୍ ନ ଛୁଇଁଥିବ।
କେହି ବିକୁ ନାହାନ୍ତି କିନ୍ତୁ…
ଶ୍ରୀ ଅଧିକାରୀ ବ୍ରଦର୍ସ ଟେଲିଭିଜନ ନେଟୱାର୍କର stock ଗଲା ଏକ ବର୍ଷ ମଧ୍ୟରେ ୬୭୨୦୦% ଅବିଶ୍ୱସନୀୟ ରିଟର୍ଣ୍ଣ ଦେଇଛି । ଏହି ଏକ ବର୍ଷ ମଧ୍ୟରୁ ୭ ମାସ ହେଲା SAB TVର ଷ୍ଟକରେ କେହି ବିକ୍ରେତା ନାହାନ୍ତି ଯାହାକୁ ନେଇ ଷ୍ଟକ ପ୍ରାଇସକୁ ବେଆଇନ ଭାବେ ପରିଚାଳିତ କରାଯଉଥିବାର ସନ୍ଦେହ ସୃଷ୍ଟି ହୋଇଛି। ତେବେ ସିକ୍ୟୁରିଟି ଏକ୍ସଚେଞ୍ଜ ବୋର୍ଟ ବା SEBI ଏହାର ତଦନ୍ତ ମଧ୍ୟ କରିଛି। ଜୁନ୍ ୨୦୨୪ରେ ESM ଷ୍ଟେଜ 2 ଅଧୀନରେ ଏହି ଷ୍ଟକ୍ ରଖାଯାଇଥିଲା। ତେବେ ସେହି ଅନୁସନ୍ଧାନରେ କୌଣସି ସନ୍ଦେହଜନକ ତଥ୍ୟ ସାମ୍ନାକୁ ଆସିନଥିଲା ଏବଂ ଷ୍ଟକରେ ବୃଦ୍ଧି ବରକରାର୍ ରହିଥିଲା।
ଗତ ୧୪୦ ଟି ଟ୍ରେଡିଂ ସେସନରୁ ପ୍ରତିଦିନ ସକାଳେ ଏହି ଷ୍ଟକ ଅପର ସର୍କିଟ ରେଞ୍ଜରେ ଖୋଲି ସମାନ ଅପର ସର୍କିଟରେ ବନ୍ଦ ହେଉଛି। ନିବେଶକମାନେ ଏହି ଦ୍ରୁତ ଏବଂ ନିରନ୍ତର ବୃଦ୍ଧିକୁ ବିଶ୍ୱାସ କରିବା କଷ୍ଟକର ହୋଇପଡିଛି । SAB TVର ମାର୍କେଟ କ୍ୟାପିଟାଇଜେସନ୍ କ୍ରମାଗତ ଭାବେ ବୃଦ୍ଧି ପାଉଛି ଏବଂ ବର୍ତ୍ତମାନ ଏହା ୨.୮୨ ହଜାର କୋଟି ଟଙ୍କାରେ ପହଞ୍ଚିଛି ରହିଛି । ଗତ ୫୨ ସପ୍ତାହ ମଧ୍ୟରେ ଏହି ଷ୍ଟକର ସର୍ବନିମ୍ନ ମୂଲ୍ୟ ୪୧.୨୫ ଟଙ୍କା ଥିବା ବେଳେ ୫୨ ସପ୍ତାହର ସର୍ବୋଚ୍ଚ ମୂଲ୍ୟ କ୍ରମାଗତ ଭାବେ ଦୈନିକ ବୃଦ୍ଧି ପାଇବାରେ ଲାଗିଛି। ଶୁକ୍ରବାର ଏହି ଷ୍ଟକ ୧,୧୧୦.୬୫ ଟଙ୍କାରେ ବନ୍ଦ ହୋଇଥିଲା, ଯାହା କି ଏହାର ସର୍ବକାଳୀନ ସର୍ବୋଚ୍ଚ ସ୍ତର।
SEBI ଯାଞ୍ଚରେ ଯାହା ମିଳିଲା…
ଗତ କିଛି ମାସ ମଧ୍ୟରେ Sri Adhikari Brothers Television Network Limitedର stockରେ ଏକତରଫା ଅଭିବୃଦ୍ଧିକୁ ନେଇ ସମସ୍ତେ ଚକିତ। ଏହାକୁ ନେଇ SEBI ଜୁନ୍ ୨୦୨୪ରେ ଏହାକୁ ESM ଷ୍ଟେଜ୍ ୨ ସର୍ଭେଲାନ୍ସ ଅଧୀନରେ ରଖିଥିଲା। ସେହି ଅନୁସନ୍ଧାନରୁ କୌଣସି ସନ୍ଦେହଜନକ ତଥ୍ୟ ସାମ୍ନାକୁ ଆସିନଥିଲା ଏବଂ ଷ୍ଟକ୍ ଏବେ ବି ବୃଦ୍ଧି ହେବାରେ ଲାଗିଛି।
ବି.ଦ୍ର: ଉପରୋକ୍ତ ଖବର କେବଳ ସୂଚନା ଓ ଶିକ୍ଷଣୀୟ ଉଦ୍ଦେଶ୍ୟରେ ଉପସ୍ଥାପନ କରାଯାଇଛି। ପାଠକଙ୍କୁ କୌଣସି ପ୍ରକାର ନିବେଶ ପାଇଁ ପ୍ରୋତ୍ସାହିତ କରିବା ଏହାର ଉଦ୍ଦେଶ୍ୟ ନୁହେଁ। ଦୟାକରି ସେୟାର ମାର୍କେଟରେ ଟଙ୍କା ନିବେଶ ପୂର୍ବରୁ ନିଜ ଅର୍ଥନୀତି ଉପଦେଷ୍ଟାଙ୍କ ସହ ଆଲୋଚନା କରିନିଅନ୍ତୁ।