
ନା ପାର୍ବଣର ମାସ ନା ଅଛି କିଛି ସ୍ପେଶାଲ୍ ଅବସର। ତଥାପି ବକ୍ସ ଅଫିସରେ ବିଜୁଳି ବେଗରେ ଆଗକୁ ବଢି ଚାଲିଛି ଜୁନିୟର ଏନଟିଆରଙ୍କ Devara। ବିଶ୍ବବ୍ୟାପୀ ବକ୍ସ ଅଫିସରେ ଦବଦବା ଜାହିର କରିଚାଲିଛି ଏହି ସାଉଥ ସିନେମା (South Movie)। ମାତ୍ର ଦୁଇ ଦିନରେ ବିଶ୍ବ ବ୍ୟାପୀ ଏହା 2 ଶହ କୋଟିରୁ ବି ଅଧିକ ରୋଜଗାର କଲାଣି।
ଦୀର୍ଘ ସମୟ ପରେ ଦେବରା ପାର୍ଟ-1 ମାଧ୍ୟମରେ ରୂପେଲି ପରଦାକୁ ଫେରିଛନ୍ତି ଜୁନିୟର ଏନଟିଆର (Jr. NTR)। ଏହି ସିନେମାକୁ ନେଇ ସିନେ ପ୍ରେମୀଙ୍କ ଭିତରେ ଗଭୀର ଉତ୍କଣ୍ଠା ଭରି ରହିଥିିବା ବେଳେ ଏବେ ଏହା ବଡ଼ ପରଦାରେ ରିଲିଜ୍ ହୋଇଛି। 27 ସେପ୍ଟେମ୍ବର ଫିଲ୍ମ ଫ୍ରାଇଡେରେ ବଡ଼ ପରଦାକୁ ଓହ୍ଲାଇଛି ଜୁନିୟର ଏନଟିଆରଙ୍କ ଦେବରା। ଏହି ସିନେମାକୁ କୋରତାଲା ଶିବାଙ୍କ ନିର୍ଦ୍ଦେଶନା ମିଳିଥିବା ବେଳେ ଏଟିଆର ଆର୍ଟ୍ସ ଏବଂ ଯବସୁଧା ଆର୍ଟ୍ସ ଏହାକୁ ପ୍ରଯୋଜନା ଦେଇଛନ୍ତି।
ରିଲିଜର ପ୍ରଥମ ଦିନରୁ ମାର୍କେଟରେ ଦବଦବା
ରିଲିଜର ପ୍ରଥମ ଦିନରେ ଏହା ୱାର୍ଲ୍ଡ ୱାଇଡ୍ ପାଖାପାଖି 140 କୋଟି ରୋଜଗାର କରିଛି ଯାହା ଉଭୟ ଘରୋଇ ଓ ଅନ୍ତର୍ଜାତୀୟ ମାର୍କେଟରେ ଦର୍ଶକଙ୍କ ଭିତରେ ଏହି ସିନେମାର ଆଦୃତିକୁ ଦର୍ଶାଉଛି। ଭାରତରେ ଏହି ଫିଲ୍ମ ସବୁ ଭାଷାରେ ପ୍ରାୟ ୭୭ କୋଟି ଟଙ୍କା ଆୟ କରିଛି । ଚଳଚ୍ଚିତ୍ରଟି ତେଲୁଗୁ ଅଞ୍ଚଳରେ ବିଶେଷ ଭାବରେ ଭଲ ପ୍ରଦର୍ଶନ କରିଥିଲା ଏବଂ ମୋଟ ସଂଗ୍ରହର ୬୮.୬ କୋଟି ଟଙ୍କା ଯୋଗଦାନ କରିଥିଲା । ହିନ୍ଦୀ ସଂସ୍କରଣରୁ ୭ କୋଟି ଟଙ୍କା, କନ୍ନଡ ସଂସ୍କରଣରୁ ୦.୩ କୋଟି ଟଙ୍କା, ତାମିଲ ସଂସ୍କରଣରୁ ୦.୮ କୋଟି ଟଙ୍କା ଏବଂ ମାଲାୟାଲମ ସଂସ୍କରଣରୁ ୦.୩ କୋଟି ଟଙ୍କା ପାଇଛି।
ବିଶ୍ୱବ୍ୟାପୀ ୧୪୦ କୋଟି ଟଙ୍କାର ଆୟ ମଧ୍ୟରେ ବିଦେଶୀ ବଜାରରୁ ଆୟ ଅନ୍ତର୍ଭୁକ୍ତ, ଯେଉଁଠାରେ ଚଳଚ୍ଚିତ୍ରକୁ ଖୋଲା ହାତରେ ସ୍ୱାଗତ କରାଯାଇଛି । ଫିଲ୍ମର ଭବ୍ୟ ଦୃଶ୍ୟ, ଆକର୍ଷଣୀୟ କାହାଣୀ ଏବଂ ଏନଟିଆର ଜୁନିୟରଙ୍କ ଷ୍ଟାର ପାୱାର ବିପୁଳ ଜନସମାଗମକୁ ଆକୃଷ୍ଟ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛି ।
କଳାକାରଙ୍କ ଅଭିନୟ ମନ କିଣିନେଲା
ଦେବରା – ପାର୍ଟ-୧ରେ ଏନଟିଆର ଜୁନିୟରଙ୍କ ସହ ମୁଖ୍ୟ ଭୂମିକାରେ ଜାହ୍ନବୀ କପୁର(Janhvi Kapoor), ସୈଫ୍ ଅଲ୍ଲୀ ଖାନ୍(Saif Ali Khan), ଶାଇନ୍ ଟମ୍ ଚାକୋ, ମୁରଲୀ ଶର୍ମା ଏବଂ ପ୍ରକାଶ ରାଜ୍(Prakash Raj) ଅଭିନୟ କରିଛନ୍ତି। ଏହି ଚମତ୍କାର ଲାଇନଅପ୍ ଚଳଚ୍ଚିତ୍ରର ସଫଳତାକୁ ଦଇଗୁଣିତ କରିଛି। କୋରତାଲା ଶିବାଙ୍କ ନିର୍ଦ୍ଦେଶନା ଏବଂ ଯୁବସୁଧା ଆର୍ଟସ ଏବଂ ଏନଟିଆର ଆର୍ଟସର ପ୍ରଯୋଜନା ମଧ୍ୟ ଚଳଚ୍ଚିତ୍ରର ଆକର୍ଷଣୀୟ କାହାଣୀ ଏବଂ ଦୃଢ଼ ପ୍ରଚାର ଅଭିଯାନକୁ ସୁନିଶ୍ଚିତ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି ।