
ଇକନୋମିକ୍ ଓଡ଼ିଶା ଡେସ୍କ; ଧମାକେଦାର୍ ପ୍ଲଟ୍ ଓ ଜୋରଦାର ଆକ୍ସନ ସହ ବଡ଼ ପରଦାରେ ରିଲିଜ୍ ହେବାକୁ ଯାଉଛିVenom: The Last Dance। ଏଡି ବ୍ରୋକ୍ ଭୂମିକା ଲିଭାଉଥିବା ଟମ୍ ହାର୍ଡି ଏହି ସିନେମା ମାଧ୍ୟମରେ ପୁଣି ଥରେ ବଡ଼ ପରଦାକୁ କମ ବ୍ୟାକ କରିବାକୁ ଯାଉଛନ୍ତି। ପ୍ରଶଂସକମାନେ ଭେନମ୍ କାହାଣୀର ଅନ୍ତିମ ଅଧ୍ୟାୟ କିପରି ସାମ୍ନାକୁ ଆସିବ ତାହା ଦେଖିବାକୁ ଉତ୍ସାହିତ ଅଛନ୍ତି। ଭାରତରେ ନିର୍ଦ୍ଧାରିତ ସମୟଠାରୁ ଗୋଟିଏ ଦିନ ପୂର୍ବରୁ ମୁକ୍ତିଲାଭ କରିବାକୁ ଯାଉଛି ମାର୍ଭେଲ ଚଳଚ୍ଚିତ୍ରର ଏହି ସିନେମା।
ପ୍ରଥମେ ଅକ୍ଟୋବର ୨୫ରେ ମୁକ୍ତିଲାଭ କରିବାକୁ ଥିବା ଏହି ଫିଲ୍ମ ଏବେ ଅକ୍ଟୋବର ୨୪ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ।ସୋନି ପିକ୍ଚର୍ସ ଏଣ୍ଟରଟେନମେଣ୍ଟ ଇଣ୍ଡିଆ ଘୋଷଣା କରିଛି ଯେ ଟମ୍ ହାର୍ଡିଙ୍କ ଭେନମ୍: ଦ ଲାଷ୍ଟ ଡ୍ୟାନ୍ସ ଏବେ ଅକ୍ଟୋବର ୨୪ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ। ଏହି ରୋମାଞ୍ଚକର ଖବର ସହିତ ଏକ ନୂଆ ପୋଷ୍ଟର ରିଲିଜ ହୋଇଛି, ଯେଉଁଥିରେ ଭେନୋମକୁ ଧମାକେଦାର ସିନରେ ଆକ୍ସନ କରୁଥିବା ଦେଖିବାକୁ ମିଳିଛି ଯାହା ପ୍ରଶଂସକଙ୍କ ଉତ୍ସାହକୁ ଆହୁରି ବଢାଇଦେଇଛି । କ୍ୟାପସନରେ ଲେଖାଯାଇଛି, ‘ଦ ଏପିକ୍ କନକ୍ଲୁଜନ୍ ଗୋଟିଏ ଦିନ ପୂର୍ବରୁ ଆସୁଛି, ବିଶେଷ କରି ଆପଣଙ୍କ ପାଇଁ। ଭେନୋମ୍ – ଦ ଲାଷ୍ଟ ଡ୍ୟାନ୍ସ ଏବେ ଅକ୍ଟୋବର ୨୪ରେ ରିଲିଜ ହେବାକୁ ଯାଉଛି । ଏନେଇ ଟିକେଟ୍ ବିକ୍ରି ଆରମ୍ଭ ହୋଇଯାଇଛି। ଅକ୍ଟୋବର ୧୮ ତାରିଖ ଶୁକ୍ରବାରଠାରୁ ବିକ୍ରି ଆରମ୍ଭ ହୋଇଯାଇଛି। ଯାହା ଦ୍ୱାରା ପ୍ରଶଂସକମାନେ ଆଗୁଆ ହଲରେ ନିଜ ସିଟ୍ ସୁରକ୍ଷିତ କରିପାରିବେ।