
ଇକନୋମିକ୍ ଓଡ଼ିଶା ଡେସ୍କ; କୁସ୍ତି ଛାଡ଼ି ରାଜନୀତି ମୈଦାନରେ ନିଜ ଭାଗ୍ୟ ପରୀକ୍ଷା କରୁଥିବା ଦେଶର ଚର୍ଚ୍ଚିତ ମହିଳା କୁସ୍ତି ଯୋଦ୍ଧା ଭିନେଶ ଫୋଗଟ(Vinesh Phogat)ଙ୍କ ପାଇଁ ଆଜିର ଦିନ ବେଶ ଗୁରୁତ୍ୱପୂର୍ଣ୍ଣ। ଆଜି ଅର୍ଥାତ୍ 8 ଅକ୍ଟୋବର ମଙ୍ଗଳବାରରେ ଚାଲିଛି ହରିୟାଣା ଓ ଜମ୍ମୁ-କାଶ୍ମୀରର ଭୋଟ୍ ଗଣତି। ହରିୟାଣା(Haryana)ରେ ଅପରାହ୍ନ 1ଟା ସୁଦ୍ଧା ଭନେଶ ହରିୟାଣାର ଜୁଲାନା(Julana) ବିଧାନସଭା ଆସନରେ ଆଗରେ ରହିଛନ୍ତି। ସେ ବିଜେପିର ବିଧାୟକ ପ୍ରାର୍ଥୀ ୟୋଗେଶ କୁମାରଙ୍କୁ ପଛରେ ପକାଇଦେଇଛନ୍ତି। ପାଖାପାଖି 38 ଖଣ୍ଡ ଭୋଟରେ ଆଗରେ ଅଛନ୍ତି ଭିନେଶ।
ସବୁଠୁ ବଡ଼ କଥା ହେଉଛି ଏହି ଆସନ ପୂର୍ବ 2019 ନିର୍ବାଚନରେ(Haryana election 2019) JJP ଖାତାକୁ ଯାଇଥିବା ବେଳେ ବିଜେପି ପ୍ରାର୍ଥୀ ପରମିନ୍ଦର ସିଂ ଧୁଲ ପରାଜିତ ହୋଇଥିଲେ। 24,193 ଭୋଟ ବ୍ୟବଧାନରେ ବିଜୟୀ ହୋଇଥିଲେ ଜନନାୟକ ଜନତା ପାର୍ଟି ବା JJPର ଅମଜିତ ଧଣ୍ଡା। 2014ରେ ଏହି ଆସନ INLD ଖାତାକୁ ଯାଇଥିଲା। ସେତବେଳେ ଏହି ଆସନରେ 31,826 ଖଣ୍ଡ ଭୋଟ ପାଇ ବିଜୟୀ ହୋଇଥିଲେ ପରମିନ୍ଦର ସିଂ ଧୁଲ। ପରମିନ୍ଦର ସେ ସମୟରେ INLDରୁ ନିର୍ବାଚନ ଲଢିଥିଲେ। ପରେ ସେ ବିଜେପିରେ ଯୋଗ ଦେଇଥିଲେ।