
ଇକନୋମିକ୍ ଓଡ଼ିଶା ଡେସ୍କ; ନ୍ୟୁଜିଲାଣ୍ଡ ବିପକ୍ଷ ବାଙ୍ଗାଲୋର ଟେଷ୍ଟର ଦ୍ୱିତୀୟ ଇନିଂସରେ ଭାରତ ପ୍ରତ୍ୟାବର୍ତ୍ତନ କରିଛି। ଶୁକ୍ରବାର ତୃତୀୟ ଦିନ ଖେଳ ଶେଷ ସୁଦ୍ଧା ଦଳ ୩ ୱିକେଟ୍ ହରାଇ ୨୩୧ ରନ୍ କରିଛି। ଭାରତ ଏବେ ବି ନ୍ୟୁଜିଲାଣ୍ଡଠାରୁ ୧୨୫ ରନ୍ ପଛରେ ରହିଛି।
ସର୍ଫରାଜ ଖାନ୍ ୭୦ ରନ୍ କରି ଅପରାଜିତ ରହି ଫେରିଥିଲେ। ଦିନର ଶେଷ ବଲରେ ବିରାଟ କୋହଲି ଆଉଟ୍ ହୋଇଥିଲେ। ୱିକେଟ୍ କିପର୍ ଟମ୍ ବ୍ଲାଣ୍ଡେଲଙ୍କ ହାତରେ ଗ୍ଲେନ୍ ଫିଲିପ୍ସଙ୍କ ବଲରେ ସେ କ୍ୟାଚ୍ ହୋଇଥିଲେ।ଗୁରୁବାର କୋହଲି 9 ବଲ ଖେଳି ଶୂନ ରନ କରି ଆଉଟ୍ ହୋଇଯାଇଥିଲେ। ଆଜି ପଡିଆରେ ସେ ଏହାର ବଦଲା ପୂରା କରିଛନ୍ତି। 102 ବଲରେ 70 ରନର ପାରି ଖେଳିଛନ୍ତି କୋହଲି। ଯଦିଓ ଦିନର ଅନ୍ତ ସୁଦ୍ଧା କୋହଲି ଆଉଟ୍ ହୋଇଯାଇଛନ୍ତି ତଥାପି ଦଳର ସ୍କୋରରୁ ଏକ ବଡ଼ ଆଙ୍କ ଆଡ଼କୁ ନେଇଛି ତାଙ୍କ ସାନଦାର୍ ପ୍ରଦର୍ଶନ।
କୋହଲି ୭୦, ରୋହିତ ଶର୍ମା ୫୨ ଓ ଯଶସ୍ୱୀ ଜୟସ୍ୱାଲ ୩୫ ରନ୍ କରିଥିଲେ। ଏଜାଜ୍ ପଟେଲ ୨ଟି ଓ ଗ୍ଲେନ୍ ଫିଲିପ୍ସ ଗୋଟିଏ ୱିକେଟ୍ ନେଇଥିଲେ। କୋହଲି ଓ ସରଫରାଜ ୧୩୬ ରନର ଭାଗିଦାରୀ କରିଛନ୍ତି।
ନ୍ୟୁଜିଲାଣ୍ଡ ଦଳ ପ୍ରଥମ ଇନିଂସରେ ୪୦୨ ରନ୍ କରି ଅଲଆଉଟ୍ ହୋଇଯାଇଥିଲା। ଦଳ ୩୫୬ ରନ୍ ର ଅଗ୍ରଣୀ ହାସଲ କରିଥିଲା। ୩ ମ୍ୟାଚ୍ ବିଶିଷ୍ଟ ଶୃଙ୍ଖଳାର ପ୍ରଥମ ମ୍ୟାଚ୍ ର ଦ୍ୱିତୀୟ ଦିନରେ ନ୍ୟୁଜିଲାଣ୍ଡ ଭାରତ ଠାରୁ ପ୍ରଥମ ଇନିଂସରେ ୪୬ ରନ୍ ରେ ଅଲଆଉଟ୍ ହୋଇଯାଇଥିଲା। ବର୍ଷା ଯୋଗୁଁ ପ୍ରଥମ ଦିନର ଖେଳ ହୋଇପାରିନଥିଲା।
ନ୍ୟୁଜିଲାଣ୍ଡ ପକ୍ଷରୁ ରାଚିନ୍ ଶତକ ହାସଲ କରିଥିବା ବେଳେ ଶୁକ୍ରବାର ତୃତୀୟ ଦିନରେ ନ୍ୟୁଜିଲାଣ୍ଡ ୩ ୱିକେଟ୍ ହରାଇ ୧୮୦ ରନ୍ କରିଛି। ୨୨ ରନ୍ ପୂର୍ବରୁ ଖେଳିବାକୁ ଆସିଥିବା ରାଚିନ୍ ରବୀନ୍ଦ୍ର ଶତକ ହାସଲ କରିଥିଲେ। ସେ ୧୫୭ ବଲ୍ ରୁ ୧୩ ଚୌକା ଓ ୪ ଛକା ସହ ୧୩୪ ରନ୍ କରିଥିଲେ। ରାଚିନ୍ ଗୋଟିଏ ପାର୍ଶ୍ୱରୁ ରନ୍ ସଂଗ୍ରହ କରୁଥିଲେ ଏବଂ ଅନ୍ୟ ପଟରୁ ୱିକେଟ୍ ଖସିବାରେ ଲାଗିଥିଲା। ପ୍ରଥମ ଇନିସରେ ଡାରିଲ ମିଚେଲ (୧୮ ରନ୍), ଟମ୍ ବ୍ଲାଣ୍ଡେଲ୍ (୫ ରନ୍), ଗ୍ଲେନ୍ ଫିଲିପ୍ସ (୧୪ ରନ୍) ଓ ମ୍ୟାଟ୍ ହେନରି (୮ ରନ୍) କରି ଆଉଟ୍ ହୋଇଥିଲେ। ଏଭଳି ସ୍ଥିତିରେ ଟିମ୍ ସାଉଦି ରାଚିନ୍ ରବୀନ୍ଦ୍ରଙ୍କ ସହ ଅଷ୍ଟମ ୱିକେଟ୍ ପାଇଁ ରେକର୍ଡ ଭାଗିଦାରୀ କରିଥିଲେ।