
ଇକନୋମିକ୍ ଓଡ଼ିଶା ଡେସ୍କ; ବୋର୍ଡ ଅଫ କଣ୍ଟ୍ରୋଲ ଫର କ୍ରିକେଟ ଇନ ଇଣ୍ଡିଆ (BCCI) ଅଷ୍ଟ୍ରେଲିଆ ଗସ୍ତ ପାଇଁ ୧୫ ଜଣିଆ INDIA(A) ଦଳ ଘୋଷଣା କରିଛି। ଭାରତ-A ଏବଂ ଅଷ୍ଟ୍ରେଲିଆ-A ମଧ୍ୟରେ ଦୁଇଟି ମ୍ୟାଚ ଖେଳାଯିବ। ଏହି ସିରିଜ ପାଇଁ ଭାରତ-Aର ଅଧିନାୟକ ଭାବେ ଦାୟିତ୍ୱ ତୁଲାଇବେ ଋତୁରାଜ ଗାଇକ୍ୱାଡ। ଭାରତ-A ମଧ୍ୟ ଏହି ଗସ୍ତରେ ବରିଷ୍ଠ ପୁରୁଷ ଭାରତୀୟ ଦଳ ବିପକ୍ଷରେ ଏକ ମ୍ୟାଚ ଖେଳିବ।
ଭାରତ-A ଏବଂ ଅଷ୍ଟ୍ରେଲିଆ-A ମଧ୍ୟରେ ଖେଳାଯିବାକୁ ଥିବା ଦୁଇଟି ପ୍ରଥମ ଶ୍ରେଣୀ ମ୍ୟାଚ ଅକ୍ଟୋବର ୩୧ରୁ ଆରମ୍ଭ ହେବ। ପ୍ରଥମ ମ୍ୟାଚ ନଭେମ୍ବର ୩ ପର୍ଯ୍ୟନ୍ତ ଖେଳାଯିବ। ଏହା ବ୍ୟତୀତ ସିରିଜର ଦ୍ୱିତୀୟ ମ୍ୟାଚ ୭ ରୁ ୧୦ ନଭେମ୍ବର ମଧ୍ୟରେ ଅନୁଷ୍ଠିତ ହେବ। ପ୍ରଥମ ମ୍ୟାଚ ମ୍ୟାକେରେ ଏବଂ ଦ୍ୱିତୀୟଟି ମେଲବୋର୍ନରେ ଖେଳାଯିବ। ଅଷ୍ଟ୍ରେଲିଆ-A ବିପକ୍ଷରେ ଦୁଇଟି ମ୍ୟାଚ ଖେଳିବା ପରେ ଇଣ୍ଡିଆ-A ଦଳ ନଭେମ୍ବର ୧୫ରୁ ପର୍ଥରେ ଭାରତୀୟ ସିନିୟର ପୁରୁଷ ଦଳ ବିପକ୍ଷରେ ତିନି ଦିନିଆ ଇଣ୍ଟ୍ରା-ସ୍କ୍ୱାଡ ମ୍ୟାଚ ଖେଳିବ।
କିଛି ଦିନ ପାଇଁ ଟିମ ଇଣ୍ଡିଆରୁ ବାହାରିଥିବା ଉଇକେଟ କିପର ତଥା ବ୍ୟାଟ୍ସମ୍ୟାନ ଇଶାନ କିଶାନ ମଧ୍ୟ ଇଣ୍ଡିଆ A ଟୁର୍ ପାଇଁ ଅନ୍ତର୍ଭୁକ୍ତ ହୋଇଛନ୍ତି। ଏହା ବ୍ୟତୀତ ଅଭିମନ୍ୟୁ ଇଶ୍ୱରନ୍ଙ୍କୁ ଦଳର ଉପ-ଅଧିନାୟକ କରାଯାଇଛି। ଏହା ବ୍ୟତୀତ ଅନେକ ଷ୍ଟାର ଖେଳାଳିଙ୍କୁ ଦଳରେ ସୁଯୋଗ ଦିଆଯାଇଛି।
ଅଷ୍ଟ୍ରେଲିଆ ଗସ୍ତ ପାଇଁ ଭାରତ(A) ସ୍କ୍ୱାର୍ଡ
ରୁତୁରାଜ ଗାଇକୱାଡ (ଅଧିନାୟକ), ଅଭିମନ୍ୟୁ ଇଶ୍ୱରନ୍ (ଉପ-ଅଧିନାୟକ), ସାଇ ସୁଦର୍ଶନ, ନୀତୀଶ କୁମାର ରେଡ୍ଡୀ, ଦେବଦତ୍ତ ପାଡିକଲ, ରିକି ଭୁଇ, ବାବା ଇନ୍ଦ୍ରଜିତ, ଇଶାନ କିଶନ (ଡବ୍ଲୁ.କେ), ଅଭିଷେକ ପୋରେଲ (ଡବ୍ଲୁ.କେ), ମୁକେଶ କୁମାର, ଖଲିଲ ଅହମ୍ମଦ , ନବଦୀପ ସଇନି, ମାନଭ ସୂତାର, ତନୁଶ କୋଟିଆନ,
ଅଷ୍ଟ୍ରେଲିଆରେ ଖେଳାଯିବାକୁ ଥିବା ବର୍ଡର-ଗାଭାସ୍କର ଟ୍ରଫି ଇଣ୍ଡିଆ A’ର ଅଷ୍ଟ୍ରେଲିଆ ଗସ୍ତ ଶେଷ ହେବାର କିଛି ଦିନ ପରେ ଆରମ୍ଭ ହେବ। ଏଥର ଭାରତ ଏବଂ ଅଷ୍ଟ୍ରେଲିଆର ଦଳ ବର୍ଡର-ଗାଭାସ୍କର ଟ୍ରଫିରେ ମୋଟ ୫ଟି ଟେଷ୍ଟ ମ୍ୟାଚ ଖେଳିବେ। ସିରିଜର ପ୍ରଥମ ଟେଷ୍ଟ ନଭେମ୍ବର୨୨ରୁ ପର୍ଥରେ ଖେଳାଯିବ। ସିରିଜର ଶେଷ ମ୍ୟାଚ ୩ ରୁ ୭ ଜାନୁଆରୀ ମଧ୍ୟରେ ସିଡନୀରେ ଖେଳାଯିବ।