
ଇକନୋମିକ୍ ଓଡ଼ିଶା ଡେସ୍କ: କାନପୁରରେ ଖେଳାଯାଉଥିବା ଭାରତ:ବାଂଲାଦେଶ(IND VS BAN) ମଧ୍ୟରେ ୨ୟ ଟେଷ୍ଟ ମ୍ୟାଚରେ ରନ୍ ସହ ରେକର୍ଡ ବର୍ଷା କରିଛନ୍ତି ଭାରତୀୟ କ୍ରିକେଟର୍। ବାଂଲାଦେଶ ପ୍ରଥମ ଇନିଂସରେ ୨୩୩ ରନରେ ଅଲଆଉଟ୍ ହୋଇଯାଇଥିଲା। ଏହ ପରେ ଆରମ୍ଭ ହୋଇଥିଲା ଭାରତର ଧୂଆଁଧାର ବ୍ୟାଟିଂ।
ବିରାଟଙ୍କ ବିରାଟ ରେକର୍ଡ
ଏହି ମ୍ୟାଚରେ ଭାରତ ବ୍ୟାଟିଂରେ ୫ ନୂଆ ରେକର୍ଡ ସ୍ଥାପନ କରିଛି। ସବୁଠୁ ଶୀଘ୍ର ୨୭ ହଜାର ରନ୍ ସଂଗ୍ରହ ସହ ବିରାଟ କୋହଲି ରଚିଛନ୍ତି ନୂଆ ଇତିହାସ। ଟେଷ୍ଟ ଇତିହାସର ସବୁ ଫାଷ୍ଟେଟ୍ ଶତକ, ଅର୍ଦ୍ଧଶତକ, ୧୫୦, ୨୦୦ ରନ୍ କରିବାରେ ରେକର୍ଡ ହାସଲ କରିଛି ଟିମ୍ ଇଣ୍ଡିଆ।
କାନପୁରରେ ଭାରତ ଓ ବାଂଲାଦେଶ ଭିତରେ ଖେଳାଯାଉଥିବା ୨ୟ ଟେଷ୍ଟର ୪ର୍ଥ ଦିନରେ ଭାରତୀୟ କ୍ରିକେଟର୍ କମାଲ୍ କରିଛନ୍ତି। ରୋହିତ ,ଜୟସ୍ୱାଲ ଆରମ୍ଭରୁ ଆକ୍ରମଣାତ୍ମକ ବ୍ୟାଟିଂ କରି ଦଳର ଜୋଶ୍ ହାଇ ରଖିଥିଲେ। ମଧ୍ୟକ୍ରମରେ ବିରାଟ ଓ ରାହୁଲ ମଧ୍ୟ ବାଂଲାଦେଶୀ ବୋଲରଙ୍କ ଉପରେ ଭାରି ପଡିଥିଲେ। ଟେଷ୍ଟରେ ସବୁଠୁ କମ ବଲରେ ୫୦,୧୦୦,୧୫୦,୨୦୦ ଓ ୨୫୦ ରନ କରିବାରେ ରେକର୍ଡ ହାସଲ କରିଛି ଟିମ୍ ଇଣ୍ଡିଆ। ଅର୍ନ୍ତଜାତୀୟ କ୍ରିକେଟରେ ସବୁଠୁ କମ ମ୍ୟାଚ ଖେଳି ୨୭ ହଜାର ରନ କରିବାର ମାଇଲଖୁଣ୍ଟ ଅତିକ୍ରମ କରିଛନ୍ତି କିଙ୍ଗ କୋହଲି। ସେହିପରି ଟେଷ୍ଟରେ ୩୦୦ ୱିକେଟ କ୍ଲବରେ ସାମିଲ ହୋଇଛନ୍ତି ରବିନ୍ଦ୍ର ଜାଡେଜା।