
ଇକନୋମିକ୍ ଓଡ଼ିଶା ଡେସ୍କ: ଡିଜିଟାଲ ଦୁନିଆରେ କ୍ୟାସରେ କାରବାର କରୁଥିଲେ ସାବଧାନ। ଥରେ ଏହି ଖବର ପୁରା ପଢି ନିଅନ୍ତୁ। ଏହା ପରେ ଆଉ କେବେ କ୍ୟାସରେ କାରବାର କରିବାକୁ ଚିନ୍ତା ବି କରିବେନି।
ଦିନକୁ ଦିନ ଠକାମୀର ନୂଆ ନୂଆ ତରିକା ସାମ୍ନାକୁ ଆସୁଥିବା ବେଳେ ଏବେ ଏକ ଅଦ୍ଭୁତ ଘଟଣା ସାମ୍ନାକୁ ଆସିଛି। ପାଞ୍ଚଶହ ଓ ଶହେ ଟଙ୍କିଆ ନୋଟରେ ମହାତ୍ମା ଗାନ୍ଧୀଙ୍କ ବଦଳରେ ରହିଛି ପ୍ରସିଦ୍ଧ ବଲିଉଡ୍ ଅଭିନେତା ଅନୁପମ୍ ଖେରଙ୍କ ଚେହେରା। ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଏହି ଟଙ୍କା ଦେଇ ଜଣେ ସୁନା ବ୍ୟବସାୟୀଙ୍କୁ ଚୂନା ଲଗାଇଛନ୍ତି ଠକ।
ଗୁଜୁରାଟର ସୁନା ବ୍ୟବସାୟୀ ମେହୁଲ ଠକର୍ ଦେଢ କୋଟି ଟଙ୍କାରେ 21 ଶହ ଗ୍ରାମ୍ ସୁନା ବିକ୍ରି ନେଇ ଏକ ଡିଲ୍ କରିଥିଲେ। ସୁନା ଦେଇ ଦେଇ ସାରିବା ପରେ ଠକ୍କରଙ୍କ ଏକ କର୍ମଚାରୀଙ୍କୁ ପ୍ରତିପକ୍ଷ ବ୍ୟବସାୟୀ 1.6 କୋଟିର ନଗଦ କ୍ୟାସ୍ ଦେଇଥିଲେ। ଏକ କଳା ବ୍ୟାଗରେ ଏହି ନୋଟ୍ ରଖାଯାଇଥିଲା। ଉପରେ ପାଖାପାଖି 30 ଲକ୍ଷ ଟଙ୍କାର ଭଲ ନୋଟ୍ ରହିଥିଲା। ଯାହା ତଳକୁ ରହିଥିଲା ଏହି ପେକ୍ ନୋଟ୍। ଏମିତି କରି ସୁନା ବ୍ୟବସାୟୀଙ୍କୁ ଠକିଦେଇଛନ୍ତି ଦୁର୍ବୃତ୍ତ।
ରିଜୋଲ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ
ଏହି ନକଲି ନୋଟରେ ବଲିଉଡ୍ ଅଭିନେତା ଅନୁପମ୍ ଖେରଙ୍କ ଫଟୋ ରହିଥିବା ବେଳେ ଏଥିରେ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ବଦଳରେ ଲେଖା ରହିଛି ରିଜୋଲ ବ୍ୟାଙ୍କ ଅଫ୍ ଇଣ୍ଡିଆ। ଏବଂ ଷ୍ଟେଟ ବ୍ୟାଙ୍କ ଅଫ୍ଇଣ୍ଡିଆ ବଦଳରେ ଲେଖା ରହିଥି ଷ୍ଟାଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ।
https://x.com/AnupamPKher/status/1840444907678204100
ଏନେଇ ନିଜ ସୋସିଆଲ ମିଜିଆ ହ୍ୟଣ୍ଡେଲ ଏକ୍ସରେ ପୋଷ୍ଟ ଲେଖି ଲୋକଙ୍କୁ ସଚେତନ ରହିବାକୁ ଅପିଲ୍ କରିଛନ୍ତି ଅନୁପମ୍। ସେ ଲେଖିଛନ୍ତି କି “ଲୋଜି କରଲୋ ବାତ୍… ଗାନ୍ଧୀଜୀଙ୍କ ଫଟୋ ସ୍ଥାନରେ ମୋ ଫଟୋ … ଏଠି କିଛି ବି ହୋଇପାରେ”। ଗୁଜୁରାଟ ପୋଲିସରେ ମାମଲା ରୁଜୁ ହେବା ପରେ ଏହି ଟଙ୍କାକୁ ଜବତ କରିଛି ପୋଲିସ। ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି। ଏ ପର୍ଯ୍ୟନ୍ତ ମାମଲାରେ କୌଣସି ଅଭିଯୁକ୍ତଙ୍କୁ ଗିରଫ କରାଯାଇନାହିଁ।