
ଇକନୋମିକ୍ ଓଡ଼ିଶା ଡେସ୍କ; ରାଜସ୍ଥାନ ସିକର ଜିଲ୍ଲାରୁ ଏମିତି ଏକ ଘଟଣା ସାମ୍ନାକୁ ଆସିଛି ଯାହା ପୂଜକ ସମାଜର ମୁଣ୍ଡ ତଳକୁ ନୁଆଁଇ ଦେଇଛି। ପ୍ରସିଦ୍ଧ ବାବା ବାଲକନାଥଙ୍କ ଉପରେ ଜଣେ ଯୁବତୀଙ୍କୁ ନିଶା ଦେଇ ଦୁଷ୍କର୍ମ କରିବାର ଅଭିଯୋଗ ଆସିଛି। ଏଥି ସହ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ବନାଇ ବାବା ଯୁବତୀଙ୍କୁ ବ୍ଲାକ ମେଲ୍ କରୁଥିବାର ସେହି ଯୁବତୀ ଅଭିଯୋଗ ଆଣିଛନ୍ତି।
ସେସିଆଲ ମିଡିଆରେ ଏବେ ବାବା ବାଳକନାଥଙ୍କ କାରନାମାର ଭିଡିଓ ଭାଇରାଲ ହେଉଛି। ଯେଉଁଥିରେ ବାବା ବାଳକନାଥ କାର୍ ଭିତରେ ଜଣେ ଯୁବତୀଙ୍କ ସହ ଅସଦାଚରଣ କରୁଥିବା ଦେଖିବାକୁ ମିଳୁଛି। ତାଙ୍କୁ ହାତରେ ଜାବୁଡି ଧରି ତାଙ୍କ ସମ୍ବେଦନଶୀଳ ଅଙ୍ଗକୁ ଛୁଉଁଥିବାର ଭିଡିଓ ଏବେ ସୋସିଆଲ ମିଡିଆରେ ନିଆଁ ବେଗରେ ବ୍ୟାପିବାରେ ଲାଗିଛି।
ଅଶ୍ଳୀଳ ଭିଡିଓ ଭାଇରାଲ, କାରରେ ମହିଳାଙ୍କୁ ଅସଦାଚରଣ, ଦୁଷ୍କର୍ମ ଅଭିଯୋଗ
ରାଜସ୍ଥାନର ସିକର ଜିଲ୍ଲାର ଏକ ମନ୍ଦିରର ଜଣେ ବାବାଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆସିଛି। ପୀଡ଼ିତା ବାବାଙ୍କ ବିରୋଧରେ ଜିଲ୍ଲାର ଉଦ୍ୟୋଗ ନଗର ଥାନାରେ ଏତଲା ଦେଇଛନ୍ତି। ଅଭିଯୋଗ ହୋଇଛି ଯେ ବାବା ପୀଡ଼ିତାଙ୍କୁ ତନ୍ତ୍ର ବିଦ୍ୟାରେ ପରିବାରର ସମସ୍ୟାର ସମାଧାନ ପାଇଁ ପ୍ରଲୋଭନ ଦେଖାଇଥିଲେ। ଆଉ ଏହି ବାହାନାରେ ନାବାଳିକାଙ୍କୁ ନିଶା ଦେଇ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ଦାଖଲ ହୋଇଛି। ଏ ସମ୍ପର୍କରେ କାହାକୁ ଜଣାଇଲେ ପୀଡ଼ିତାଙ୍କୁ ମାରିଦେବାକୁ ବାବା ଧମକ ଦେଉଥିବାର ମଧ୍ୟ ଅଭିଯୋଗ ହୋଇଛି।
https://x.com/Shan3655/status/1847870060125172170
“ପୀଡିତାଙ୍କୁ Baba Balaknathଙ୍କ ଧମକ”
ଇଣ୍ଡିଆ ଟୁଡେର ରିପୋର୍ଟ ଅନୁଯାୟୀ, ଏହି ଅପରାଧର ଏକ ଭିଡିଓ ମଧ୍ୟ ରେକର୍ଡ କରାଯାଇଛି। ଏହି ମାମଲାରେ ବାବାଙ୍କ ସହ ତାଙ୍କ ଡ୍ରାଇଭରଙ୍କ ସମ୍ପୃକ୍ତି ଥିବାର ମଧ୍ୟ ଅଭିଯୋଗ ରହିଛି। ଅଭିଯୋଗ ଅନୁଯାୟୀ, ଦୁହେଁ ମିଶି ଧମକ ଦେଇଥିଲେ ଯେ ଯଦି ପୀଡ଼ିତା ଏ ବିଷୟରେ କାହାକୁ କହିବେ, ତା’ହେଲେ ତାଙ୍କ ପୂରା ପରିବାର ନଷ୍ଟ ହୋଇଯିବ। ଦୁହେଁ ଭିଡିଓ ଭାଇରାଲ କରିବାକୁ ଧମକ ଦେଇଥିବା ମଧ୍ୟ ଅଭିଯୋଗ ହୋଇଛି। ବାଲକନାଥ ହେଉଛନ୍ତି ସିକର ଜିଲ୍ଲାର ଖେରି ଦାତୁନଜାଲା ଅଞ୍ଚଳର କ୍ଷେତ୍ରପାଲ ମନ୍ଦିରର ବାବା । ବାଲକନାଥ ଓ ଅନ୍ୟ ଦୁଇ ଜଣଙ୍କ ବିରୋଧରେ ମଧ୍ୟ ମାମଲା ରୁଜୁ ହୋଇଛି।
କ’ଣ କହିଲା ପୋଲିସ ?
ଏହି ଘଟଣାର ତଦନ୍ତ ପାଇଁ (ଏସ୍ ସି/ଏସ୍ ଟି) ଡିଆଇଜି ଅଜିତ ପାଲଙ୍କୁ ଦାୟିତ୍ବ ଦିଆଯାଇଛି। ଏହି ରିପୋର୍ଟରେ ଖେରି ଦାନ୍ତୁଜାଲା ଲକ୍ଷ୍ମଣଗଡ଼ର ବାବା ବାଲକନାଥଙ୍କ ନାମ ରହିଛି। ସିଓ ସିଟି କାର୍ଯ୍ୟାଳୟରୁ ସେ ଏହି ଫାଇଲ୍ ପାଇଥିବା କହିଛନ୍ତି। ଏବଂ ସେମାନେ ଏହି ମାମଲାର ତଦନ୍ତ ଆରମ୍ଭ କରୁଛନ୍ତି ।
ଅଭିଯୋଗ ଅନୁଯାୟୀ, କିଛି ମାସ ତଳେ ପୀଡ଼ିତା ମନ୍ଦିରକୁ ପୂଜାର୍ଚ୍ଚନା କରିବାକୁ ଆସିଥିଲେ। ଏଠାରେ ରାଜେଶ ନାମକ ଜଣେ ଯୁବକଙ୍କ ସହ ତାଙ୍କର ସାକ୍ଷାତ ହୋଇଥିଲା। ରାଜେଶ ହିଁ ଯୁବତୀଙ୍କୁ ବାବା ବାଲକନାଥଙ୍କ ସହ ପରିଚିତ କରାଇଥିଲେ। ଅଭିଯୋଗ ହୋଇଛି ଯେ ବାବା ପୀଡ଼ିତାଙ୍କୁ ପ୍ରସାଦ ଦେଇଥିଲେ ଏବଂ କହିଥିଲେ ଯେ ଏହି ପ୍ରସାଦ ଝିଅପାଇଁ ଲାଭଦାୟକ ହେବ।
ବ୍ଲାକମେଲ୍ ଅଭିଯୋଗ
ପରେ ପୀଡ଼ିତାଙ୍କୁ ଗାଁରେ ଛାଡ଼ିବା ବାହାନାରେ କାରରେ ନିଆଯାଇଥିଲା ବୋଲି ଅଭିଯୋଗ ହୋଇଛି। ପୀଡିତା କହିଛନ୍ତି ଯେ ତାଙ୍କୁ କାରରେ ଖାଇବା ପାଇଁ ପେଡା ଦିଆଯାଇଥିଲା, ଯାହାକୁ ଖାଇବା ପରେ ସେ ଅଚେତ ହୋଇଯାଇଥିଲେ। ଏତଲା ଅନୁଯାୟୀ, ଅଭିଯୁକ୍ତ ବାବା ପୀଡ଼ିତାଙ୍କୁ ଅଶ୍ଳୀଳ ଭାବେ ଛୁଇଁବା ଆରମ୍ଭ କରିଥିଲେ ଏବଂ ପରେ ତାଙ୍କୁ ତିନିଥର ଦୁଷ୍କର୍ମ କରିଥିଲେ। ଏହି ସମୟରେ ଡ୍ରାଇଭର ଯୋଗେଶ ଏକ ଭିଡିଓ ପ୍ରସ୍ତୁତ କରିଥିଲେ। ଏହାପରେ ଯୁବତୀଙ୍କୁ ବ୍ଲାକମେଲ କରାଯାଇଥିଲା। ପୀଡ଼ିତା କହିଛନ୍ତି ଯେ ବାବା ଏବଂ ତାଙ୍କ ସହଯୋଗୀମାନେ ଝିଅକୁ ପୁଣି ଥରେ ସେମାନଙ୍କ ପାଖକୁ ଡାକିବା ଆରମ୍ଭ କରିଥିଲେ। ଆଉ ଏପରି ନକଲେ ଭିଡିଓ ଭାଇରାଲ କରିଦେବେ ବୋଲି ଧମକ ଦେବା ଆରମ୍ଭ କରିଥିଲେ। ଏହି ଘଟଣାରେ ପୋଲିସ ତଦନ୍ତ ଜାରି ରଖିଛି।